01/08/2023
ଅଧିମାସ ଜହ୍ନ
ତୁ ଜାଣୁ !!
ଜହ୍ନର ବି ଗୋଟେ ଗାଁ ଅଛି
ସେଇଠି ସେ ଧୂଳି ଖେଳେ
ରଙ୍ଗ ବୋଳେ
କଜଳ ନାଏ
ନଈ କୁ ଯାଏ
ହଳଦୀ ମାଖେ
ସ୍ବପ୍ନ ଦେଖେ
ଜହ୍ନ କୁ ତିଥି ଟିଏ
କାହିଁ ଲୋଡା ଯେ?
ବୋଉଦ କୋଳରେ
ତାରା ମେଳରେ
ପୁଚି ଖେଳରେ ତା ମନ
ଯେ ଯାହା ଡାକୁଛି ଡାକୁ
ସେ ହସିଦେଇ ଚାଲିଯାଏ
ମୁଠାଏ ଚାନ୍ଦିନୀ ଧରେଇ
ଚୁପ୍ କିନା ଖସିଯାଏ
କହୁନୁ,
ମନେ ଅଛି ତୋର ସେ
ରିବନ୍ ବନ୍ଧା ଫେରିବାଲି କଥା
ରଙ୍ଗୀନ ଖେଳନା ଧରି
ଯେ ଅଳି କରେ ଟୋଲ ଗେଟ୍ ରେ
ବାବୁ କିଣି ନିଅ ଗୋଟେ
ତା ହସ ଠିକ୍ ଏଇ ଜହ୍ନ ପରି
ଯେ ମନରେ ରହେ
ହେଲେ କେହି କଣ କେବେ
ଡାକିଛି ତାକୁ ତା ନାଆଁ ଧରି??
।। ଝୁମୁ ।।